Odia News Portal

୨ ଜୀବନ ଗଲା ପରେ ଶେଷରେ ଉଦ୍ଧାର ହେଲା ହାତୀର ମୃତଦେହ

କଟକ: ଅପରେସନ ଗଜରାଜ । ହାତୀକୁ ଉଦ୍ଧାର କରିବାକୁ ଯାଇ ୨ ଜଣଙ୍କ ଜୀବନ ଯାଇଛି । ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ଜୀବନ ଯାଇଛି । ଆଉ ଶେଷରେ ଯେଉଁ ଦନ୍ତାକୁ ଉଦ୍ଧାର କରିବା ଲାଗି ସେମାନେ ଯାଇଥିଲେ ଆଜି ସେ ଦନ୍ତା ମଧ୍ୟ ଜୀବନ୍ତ ଉଦ୍ଧାର ହୋଇପାରିନାହିଁ । ଯୋବ୍ରା ଆନିକଟ ନିକଟରୁ ଉଦ୍ଧାର ହେଲା ମୃତ ଦନ୍ତା ହାତୀ। ଘଟଣାସ୍ଥଳରେ କଟକ ସିଟି ଡିଭିଜନ ବନଖଣ୍ଡର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି। ହାତୀ ପାଣିରେ ବୁଡ଼ି ରହିଥିବା ବେଳେ କେବଳ ହାତୀ ଗୋଡ଼ ଦେଖାଯାଉଛି। ତେବେ ବର୍ଷା ଯୋଗୁଁ ହାତୀର ଉଦ୍ଧାର କାର୍ୟ୍ୟ ହୋଇପାରୁନି ବୋଲି ସୂଚନା ଦେଇଛନ୍ତି କଟକ ବନଖଣ୍ଡ ରେଞ୍ଜର।