Odia News Portal

ଦୁଇ ଝିଅଙ୍କ ସହ ଖରାପ ସମ୍ପର୍କ ରଖୁଥିଲା ବାପା, ଥାନାରେ ଅଭିଯୋଗ କଲା ମା’

ଉତ୍ତରପ୍ରଦେଶ: ସାମାନ୍ୟ ଦେହର ସୁଖ ଲାଗି ସମ୍ପର୍କକୁ ଭୁଲିଗଲା । ନିଜ ଜନ୍ମକଲା ଝିଅ ସହ ଶାରିରୀକ ସମ୍ପର୍କ ରଖିଲା ବାପା । କିଛିକ୍ଷଣର ସୁଖ ଲାଗି ପଶୁ ପାଲଟିଲା ବାପା । ପ୍ରଥମେ ବଡ଼ ଝିଅ ସହ ବର୍ଷେ ଖରାପ ସମ୍ପର୍କ ରଖିବା ପରେ ଶେଷରେ ସାନ ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି କି ଅଭିଯୁକ୍ତ ଜଣକ ଜଣେ ପୋଲିସ କର୍ମଚାରୀ । ହୋମଗାର୍ଡ ଭାବେ କାମ କରେ । ଝିଆମାନେ ଏନେଇ ମାଙ୍କୁ କହିବା ପରେ ଥାନାରେ ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶରେ ଘଟିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ବାପା ହୋଇ ଝିଅଙ୍କୁ ଦୁଷ୍କର୍ମ କରିଥିବା ଖବର ଯିଏ ଶୁଣୁଛି ସେ ଘୋର ନିନ୍ଦା କରୁଛି ।

ସ୍ୱାମୀ ସ୍ତ୍ରୀ ଉଭୟ ହୋମଗାର୍ଡ ଭାବେ କାମ କରୁଥିଲେ । ବଡ଼ ଝିଅ ୨୧ ବର୍ଷର ହୋଇଥିବା ବେଳେ ସାନ ଝିଅର ବୟସ ୧୮ । ତେବେ ସ୍ତ୍ରୀ ଡ୍ୟୁଟି ଯିବା ପରେ ଝିଅଙ୍କ ସହ ଖରାପ ସମ୍ପର୍କ ରଖୁଥିଲା ପିଚାଶ ବାପା । ଦୀର୍ଘବର୍ଷ ଧରି ବଡ଼ ଝିଅ ସହ ଖରାପ ସମ୍ପର୍କ ରଖୁଥିବା ବେଳେ ଶେଷରେ ସାନ ଝଅ ଉପରେ ଖରାପ ଦୃଷ୍ଟି ପକାଇଥିଲା । ମା’ଙ୍କୁ ଏନେଇ ଉଭୟ କହିବା ପରେ ଅଭିଯୋଗ ହୋଇଥିଲା ।