Odia News Portal

ପାଣିରେ ବିମାନ

ନୂଆଦିଲ୍ଲୀ:ଦିଲ୍ଲୀରେ ବାଦଲ ଫଟା ବର୍ଷା । ଆଉ ବର୍ଷା ପରେ ସ୍ଥତି ଅସମ୍ଭାଳ । ସକାଳୁ ଲଗାତର ବର୍ଷା ହେବାପରେ ଦିଲ୍ଲୀରେ ଦେଖାଦେଇଛି ଜଳସ୍ତର ବୃଦ୍ଧି ସମସ୍ୟା । ଏହା ସହ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଏବଂ ମୁନିରକାର ରାସ୍ତା ଗୁଡ଼ିକ ମଧ୍ୟ ବର୍ଷା ପାଣିରେ ବୁଡ଼ି ରହିଥିବା ବେଳେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । କିନ୍ତୁ ବର୍ଷା ପାଣିରେ ବୁଡିଛି ରନ୍ ୱେ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୩ରେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ରନ୍ ୱେ ଉପରେ ପାଣି ମଧ୍ୟ ଜମିଛି । ଫଳରେ ଯାତ୍ରୀମାନେ ବିମାନବନ୍ଦରରରେ ଫସି ରହିଥିବାବେଳେ ଅନେକ ବିମାନର ଗତିପଥ ପରିବର୍ତ୍ତନ କରାଯିବା ସହ ବିମାନକୁ ଡିଲେ କରାଯାଇଛି ।