Odia News Portal

ଅକ୍ସିଜେନ ଟ୍ରକରେ ଗଞ୍ଜେଇ

କୋରାପୁଟ: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଏଡାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ନଜରକୁ ଆସିଛି । ଅକ୍ସିଜେନ ଟ୍ରକରେ ଗଞ୍ଜେଇ ଲୋଡ ହୋଇ ଯାଉଥିଲା । ଶେଷରେ ପୋଲିସ ହାବୁଡ଼ରେ ଧରାପଡ଼ିଛି । କୋରାପୁଟ ଜିଲ୍ଲା ଜୟପୁରରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ୧୨୭୭ କେଜି ଗଞ୍ଜେଇ ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ବିଶାଖାପାଟଣାରୁ ନୂଆଦିଲ୍ଲୀ ଯାଉଥିବା ବେଳେ କୋରାପୁଟ ପୋଲିସ ଚଢ଼ାଉ କରିଛି । କୋରାପୁଟ ପୋଲିସର ଏହି ବଡ଼ ସଫଳତାକୁ ସାଧାରଣରେ ପ୍ରଂଶସା କରାଯାଇଛି ।