Odia News Portal

ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍ ଖାଁର ଆତ୍ମସମର୍ପଣ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ ହାଇଦର ଫେରାର୍ ହେବା ନେଇ ସେ କିଛି ଜାଣି ନଥିବା କହିଛି ।

ସୂଚନା ଅନୁଯାୟୀ, ପୋଲିସ ହାଇଦରକୁ ଧରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏସସିବି ମେଡିକାଲର ସିସିଟିଭି ଫୁଟେଜ ଯାଂଚ କାର୍ଯ୍ୟ ଆରମ୍ଭ ହୋଇଛି ।ତେବେ ବହୁତ ଜଲଦି ପରିବାର ଲୋକ ଓ ମେଡିକାଲ ନର୍ସଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି । ରେଳଷ୍ଟେସନରେ କଡାକଡି ଯାଞ୍ଚ କରାଯାଇଛି । ହାଇଦରକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସୁରକ୍ଷା ଦାୟିତ୍ବରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ । ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।