Odia News Portal

ରେଳବଗିରୁ ଗଞ୍ଜେଇ ଜବତ : ୩ ଗିରଫ

ସମ୍ବଲପୁର ଦେଇ ଯାତାୟାତ କରୁଥିବା ଇସ୍ପାତ ଏକ୍ସପ୍ରେସ ରେଳଗାଡିର ଏକ ଏସି ବଗିରୁ ୪୦ କେଜି ଗଞ୍ଜେଇ ଜବତ କରାଯାଇଛି। ସମ୍ବଲପୁର ଷ୍ଟେସନ ଠାରେ ଇସ୍ପାତ ରେଳଗାଡିର ରହଣି ସମୟରେ ଏସି ବଗିରେ ବିହାର ଓ ଉତ୍ତର ପ୍ରଦେଶ ଅଞ୍ଚଳର ୩ ଜଣ ଗଞ୍ଜେଇ ମାଫିଆ ଅତି ଚତୁରତାର ସହିତ ଗଞ୍ଜେଇ ଚାଲାଣ କରୁଥିବାର ଜଣାପଡିଥିଲା।

ତୁରନ୍ତ ଆରପିଏଫ ଓ ଅବକାରୀ ଦଳ ମିଳିତ ଚଢ଼ଉ କରି ୪୦ କେଜି ଗଞ୍ଜେଇ ଜବତ କରିବା ସହିତ ଉତ୍ତର ପ୍ରଦେଶ ରାଜ୍ୟ ନିବାସୀ ସରବଜିତ କୁମାର, ବିହାର ରାଜ୍ୟର ଭୀମ କୁମାର ଓ ମିତଳେଶ କୁମାରଙ୍କୁ ଗିରଫ କରିଛନ୍ତି। ଏ ସର୍ମ୍ପକରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ସୋମବାର ଚାଲାଣ କରାଯାଇଛି।