Odia News Portal

ଠକେଇ ଅଭିଯୋଗରେ ଗିରଫ ହେଲେ ବିଲଡର ଗୟାଧର ଜେନା

ଭୁବନେଶ୍ୱର: ଠକିଥିଲେ, ଗିରଫ ହେଲେ । ଜମି ଦେବାକୁ କହି ଟଙ୍କା ଆଣିଥଲେ କିନ୍ତୁ ଜାଗା ନଦେଲେ ନାହିଁ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଗିରଫ ହୋଇଛନ୍ତି ବିଲଡର । ରାଜଧାନୀ ଭୁବନେଶ୍ୱର ସହିଦନଗର ଥାନା ପୋଲିସ ଠକେଇ ଅଭିଯୋଗରେ ବିଲଡର ଗୟାଧର ଜେନାଙ୍କୁ ଗିରଫ କରିଛି । ଶାରଳା ରିଅଲକନର ମୁଖ୍ୟ ହେଉଛନ୍ତି ଗୟାଧର ଜେନା । ରାଜଧାନୀର ଜଣାଶୁଣା ବିଲଡର ମଧ୍ୟରେ ସେ ଅନ୍ୟତମ । ତେବେ ଠକେଇ ଅଭିଯୋଗ ଆସିବାପରେ ଆଜି ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ଲକ୍ଷ୍ମୀସାଗରରେ ଥିବା ଶାରଳା ରିଅଲ୍କନର ମ୍ୟାନେଜି˚ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ । ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ଅଭିଯୋଗରେ ଛନ୍ଦି ହୋଇଥିଲେ। ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମି ଓ ଘର ଯୋଗାଇ ଦେବାକୁ କହି ଶାରଳା ସଂସ୍ଥା ସାଧାରଣ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା । ଆଉ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଗୟାଧର ଜେନା, ତାଙ୍କ ପତ୍ନୀ ପଙ୍କଜିନୀ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।