Odia News Portal

ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ସକମା ୟୁଭୋଦୟ କଲେଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହାତରେ ରହିଛି କଟା ଦାଗ ବଲାଙ୍ଗିର: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍‌ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍‌ ଆଡଭାନ୍ସଡ୍‌ ଟେକ୍ନୋଲଜି କଲେଜର ଲେଡିଜ୍‌ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ବରଗଡ ଜିଲ୍ଲା ଦହେତା ଗାଁର ମହିରାମ ମେହେରଙ୍କ ଝିଅ ଆଶା ମେହେର। ମଙ୍ଗଳବାର ସନ୍ଧ୍ୟାରେ ଆଶାଙ୍କ ମୃତଦେହ ହଷ୍ଟେଲ୍‌ ରୁମ୍‌ରୁ ଉଦ୍ଧାର ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ମୃତ ଛାତ୍ରୀ ଜଣଙ୍କ ହେଲେ ବରଗଡ ଜିଲ୍ଲା ଦହେତା ଗାଁର ମହିରାମ ମେହେରଙ୍କ ଝିଅ ଆଶା ମେହେର। ମଙ୍ଗଳବାର ସନ୍ଧ୍ୟାରେ ଆଶାଙ୍କ ମୃତଦେହ ହଷ୍ଟେଲ୍‌ ରୁମ୍‌ରୁ ଉଦ୍ଧାର ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସରକାରୀ ଯୋଜନା କାହା ପାଇଁ ? ଜୀବନକୁ ବାଜି ଲଗାଇ ଭରା ନଦୀରେ ଯାଆସ କରୁଛନ୍ତି ଲୋକେରଙ୍ଗୀନ ହେଉଥିଲା ରାତି: ଜମୁଥିଲା ନାଚଗୀତର ଆସର, ଫିଙ୍ଗା ଯାଉଥିଲା ନକଲି ଟଙ୍କାଅନ୍ୟପକ୍ଷେ, କଲେଜ କର୍ତ୍ତୃପକ୍ଷ ପୋଲିସକୁ ଏ ସମ୍ପର୍କରେ ଖବର ଦେବା ପରେ ବଲାଙ୍ଗିର SDPO, ଲୋଇସିଂହା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ମୃତ ଆଶାଙ୍କ ଶବ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିବା ଜଣାପଡ଼ିଛି। ତେବେ ଏହା ଆଶାଙ୍କର କି ନୁହେଁ ତାହା ଫୋରନେସିକ ଯାଞ୍ଚ ପରେ ଜଣାପଡିବ ବୋଲି ପୋଲିସ କହିଛି।