Odia News Portal

ସମୁଦ୍ର କୂଳରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ: ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମପଞ୍ଚାୟତର ନୋଳିଅକ୍ଷ ନୁଆଗାଁ ସମୁଦ୍ର କୂଳରେ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ସମୁଦ୍ରକୁ ଯାଉଥିବା ବେଳେ ଏକ ଅଜଣାଶବ ଭାସୁ ଥିବା ଦେଖିଥିଲେ ପରେ ଏହା କୂଳରେ ଲାଗିଥିଲା। ଏନେଇ ସେମାନେ ଗଂଜାମ ପୁଲିସ ଥାନାକୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ଏବଂ ମୃତଦେହକୁ ଉଦ୍ଧାର କରିଥିଲେ। ମୃତ ବ୍ୟକ୍ତିର ପରିଚୟ ଜଣାପଡ଼ିନାହିଁ। ସମୁଦ୍ରରେ ଭାସି ଆସି ମୃତଦେହଟି ସମୁଦ୍ର କୂଳରେ ଲାଗିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।