Odia News Portal

ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଜାରି

କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ତେବେ ଶୁଣାଣି ପୂର୍ବରୁ ହାଇକୋର୍ଟ ଗଣମଧ୍ୟାମ କୁ ଅପିଲ କରିଛନ୍ତି ଯେ ଏଭଳି ସମ୍ଭେଦନଶୀଳ ମାମଲାରେ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଅନ୍ୟପଟେ ନିର୍ବାଚନ ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଦେବଦତ୍ତ କାମତ କର୍ଣ୍ଣାଟକ ହାଇକୋର୍ଟରେ କିହିଛନ୍ତି ଯେ ହିଜାବ ଉପରେ ପ୍ରତିବନ୍ଧକକୁ ନେଇ ଦିଆଯାଇଥିବା ସରକାକୀ ନିର୍ଦ୍ଦେଶ ଅନୁଚ୍ଛେଦ ୨୫ରେ ରହିଛି। ବରିଷ୍ଠ ଓକିଲ କାମତ ଆହୁରି କହିଛନ୍ତି ଯେ ହିଜାବ ପିନ୍ଧିବା ପାଇଁ ଅନୁମତି ରହିଛି କି ନାହିଁ ସେନେଇ କଲେଜ ପ୍ରତିନିଧିମଣ୍ଡଳ ନିଷ୍ପତ୍ତି ନେବା ବେଆଇନ ଅଟେ।
ସୂଚନା ଥାଉକି, କର୍ଣ୍ଣାଟକ ହାଇକୋର୍ଟରେ ଗତ ବୁଧୁବାର ଏହି ମାମଲା ଉପରେ ଶୁଣାଣି କରିଥିଲେ। ଯେଉଁଥିରେ ହାଇକୋର୍ଟ ଏକ ବୃହତ ବେଞ୍ଚରେ ଏହି ମାମଲାର ଶୁଣାଣି କରିବାକୁ ପରାମର୍ଶ ଦେଇଥିଲେ।