Odia News Portal

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ଜଟଣୀ: ସାତ ଜନ୍ମଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ମାତ୍ର ଗୋଟିଏ ଜନ୍ମ ଅଧା ନହେଉଣୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ସାମାନ୍ୟ କଥାକଟିରୁ ହତ୍ୟା ଅଭିଯୋଗ । ଋଣ କିସ୍ତି ଶରଗ୍ଦଗ୍ଦକ୍ଟ ନପାରିବାକ କଥାରୁ ସ୍ତ୍ରୀକୁ ଧରୁଆ ଅସ୍ତ୍ରରେ କାଟିଦେଲା ସ୍ୱାମୀ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପାଇକରାପୁର ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ପୋଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ।

ସୂଚନା ଅନୁଯାୟୀ, ପାଇକରାପୁରୁ ଗାଁର ସୁକାନ୍ତ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ପୂଜା ମଲ୍ଲିକ ବେଶ ଖୁସିରେ ଚଳୁଥିଲେ । ମାତ୍ର ଲକ ଡାଉନ ଲାଗି ରୋଜଗାର ହେଉଥିନଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଅଟୋ କିସ୍ତି ଓ ଘରୋଇ ଫାଇନାନ୍ସ କିସ୍ତି ସୁଝାକୁ ନେଇ ଝଗଡ଼ା ହେଉଥିଲା । ତେବେ ଆଜି ଏହି ଘଟଣା ସବୁ ସୀମା ପାର କରିଛି । ସୁକାନ୍ତ ରାଗିଯାଇ ନିଜ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।