Odia News Portal

ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କଣ୍ଟାବାଞ୍ଜି: ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ । ହେଲେ ଗୋଟିଏ ଜନ୍ମ ପୁରା ନହେବା ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ଗାଁରୁ ଆସିଛି ଏଭଳି ଖବର । ମୃତ ମହିଳା ହେଲେ ଉର୍ମୀଳା ମାଝୀ । ଅଭିଯୁକ୍ତ ସ୍ୱାମୀ ଜୟରାମ ମାଝୀକୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । ସେପଟେ ଅଧିକ ଖବର ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

ପଡୋଶୀଙ୍କ କହିବା ମୁତାବକ ପ୍ରତିଦିନ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ । ଏମିତିକି ସେମାନଙ୍କ ମାମଲା ଥାନାକୁ ଯାଇଥିଲା । ତେବେ ଗତକାଲି ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକି ଶେଷରେ ଉଗ୍ର ରୂପ ଧାରଣ କରିଥିଲା । ଅଭିଯୁକ୍ତ ଜୟରାମ ରାତିରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।