Odia News Portal

ବାୟା କଲା ଶାଳୀ ପ୍ରେମ, ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ୟୁପି: ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡ଼ିଥିବା ଲୋକକୁ କିଛି ଦେଖାଯାଏ ନାହିଁ । ପ୍ରେମରେ ପଡ଼ିବା ପରେ କିଛି ପ୍ରେମିକ ପାଗଳାମି କରୁଥିବାର ନଜିର ମଧ୍ୟ ରହିଛି । ତେବେ ଜଣେ ବିବାହିତ ପୁରୁଷ ନିଜ ଶାଳୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଏମିତିକି ଶାଳୀକୁ ପାଇବା ଲାଗି ରାସ୍ତାରୁ ସ୍ତ୍ରୀକୁ ହଟାଇ ଦେଇଛନ୍ତି । ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳରୁ ଆସିଛି ଏଭଳି ଖବର । ଅଭିଯୁକ୍ତ ସ୍ୱାମୀ ଅଟାର ସିଂକୁ ଗିରଫ କରିଛି ପୋଲିସ ।

ଶାଳୀ ସହ ଖରାପ ସମ୍ପର୍କ ରଖିଥିଲା ଅଟାର । ସ୍ତ୍ରୀ ଏହା ଦେଖିବା ପରେ ତାକୁ ରାସ୍ତାରୁ ହଟାଇ ଦେଇଛି ଅଭିଯୁକ୍ତ । ସ୍ତ୍ରୀ ତଣ୍ଟି କାଟି ବିଲରେ ଫୋପାଡି ଦେଇ ଚାଲି ଆସିଥିଲା । ଆଉ ପରେ ସ୍ତ୍ରୀ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲା । ପରେ ପୋଲିସ ତଦନ୍ତ କରି ସବୁ ଜାରଇତିଲା । ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ସେପଟେ ଅଟାରର ୮ଟି ଛୁଆ ଥିବା ଜଣା ପଡିଛି । ମା ମରିବା ପରେ ବାପା ଜେଲକୁ ଯାଇଛି । ଏବେ ଏମାନେ କିପରି ଚଳିବେ ତାକୁ ନେଇ ଉଠିଛି ଦ୍ୱନ୍ଦ ।