Odia News Portal

ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ର।ଙ୍କିଙ୍ଗ, ଜାଣନ୍ତୁ ବିରାଟ କୋହଲି କେତେ ନମ୍ବର ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶ ପାଇଛି ଆଇସିସିର ବ୍ୟାଟିଂ ର।ଙ୍କିଙ୍ଗ । ପୁଣିଥରେ ସ୍ମିଥଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲୋସ୍କୋରିଂ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ୱିଲିୟମସନ ୯୦୧ ପଏଣ୍ଟ ପାଇ ୧ ନମ୍ବରରେ ରହିଥିବା ବେଳେ ସ୍କିଥ୍ ୮୯୧ ପଏଣ୍ଟ ସହ ଦୁଇ ନମ୍ବର ସ୍ଥାନରେ ରହିଛନ୍ତି । ତେବେ ବିରାଟ କୋହଲି ଏହି ର।ଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଟପ ଟେନ ମଧ୍ୟରେ ଆଉ ଦୁଇଜଣ ଭାରତୀୟ ଖେଳାଳୀ ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ୬ ନମ୍ବର ସ୍ଥାନରେ ଥିବା ବେଳେ ଯୁବ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ ସପ୍ତମ ସ୍ଥାନରେ ରହିଛନ୍ତି ।