Odia News Portal

ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଆଇସିସି ବିଶ୍ୱକପ୍ ୨୦୨୩ର ୨୯ତମ ମ୍ୟାଚ୍ ଭାରତ ଓ ଇଂଲଣ୍ଡକୁ ମଧ୍ୟରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ରବିବାର ଖେଳାଯିବ । ବିଶ୍ୱକପ୍‌ରେ ଭାରତ ପାଞ୍ଚଟି ମ୍ୟାଚ୍ ଖେଳି ପାଞ୍ଚଟିରେ ବିଜୟ ହାସଲ କରି ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍‌କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ବିଜୟୀ ହେଲେ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତ ଏବେବି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚିନ୍ତାରେ ରହିଛି । ତାଙ୍କ ବିନା ପଡ଼ିଆକୁ ଓହ୍ଲାଇବ ।

ବାଂଲାଦେଶ ବିପକ୍ଷରେ ହାର୍ଦ୍ଦିକଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦଳରୁ ବାଦ୍ ପଡ଼ିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍ ନେଇଥିବା ମହମ୍ମଦ ସାମିଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାୟାଇପାରେ, ଯିଏ ଦୁର୍ଭାଗ୍ୟବଶତଃ ମାତ୍ର ଦୁଇ ରନରେ ବିଶ୍ୱକପ୍‌ର ଡେବ୍ୟୁରେ ରନ୍ ଆଉଟ୍ ହୋଇଯାଇଥିଲେ । ଇଂଲଣ୍ଡ ବିଷୟରେ କହିବାକୁ ଗଲେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଟେବୁଲରେ ଏବେ ନବମ ସ୍ଥାନରେ ଥିବାରୁ ତା’ର ଅଭିଯାନ ଭୟଙ୍କର ରହିଛି ଏବଂ ଭାରତ ବିପକ୍ଷରେ ହାରିଲେ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ।

ହେଡ୍ ଟୁ ହେଡ୍‌: ଦୁଇ ଦଳ ମଧ୍ୟରେ ବିଶ୍ୱକପ୍‌ରେ ଆଠ ଥର ମୁକାବିଲା ହୋଇଛି । ଇଂଲଣ୍ଡ ଚାରିଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ତିନିଟିରେ ବିଜୟୀ ହୋଇଛି । ୨୦୧୧ ବିଶ୍ୱକପରେ ମ୍ୟାଚ୍ ଟାଇ ହୋଇଥିଲା ।

ପିଚ୍ ରିପୋର୍ଟ: ଇକାନା ଷ୍ଟାଡିୟମର ପିଚ୍ ପ୍ରଥମେ ବ୍ୟାଟରଙ୍କ ପାଇଁ ସହଯୋଗୀ ହେବ । କିନ୍ତୁ ପରେ ସ୍ପିନରମାନଙ୍କ ପ୍ରର୍ଦୁଭାବ ବଢ଼ିବ । ବଲ୍ ବ୍ୟାଟ୍ ଉପରକୁ ଧୀମା ଆସିବ । ପ୍ରଶଂସକମାନେ ହାଇ ସ୍କୋରିଂ ମ୍ୟାଚ୍ ଆଶା କରିବା ଉଚିତ ନୁହେଁ ।