Odia News Portal

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ, ଭାରତୀୟ ଖେଳାଳୀ ପୂଜାରାଙ୍କର ପୁରିଲା ଶତତମ ଟେଷ୍ଟମ୍ୟାଚ

ଆଜି ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି  ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି।

ସଦ୍ୟତମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୪.୫ ଓଭର୍‌ ଖେଳି ବିନା କୌଣସି ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ ୧୯ ରନ୍‌ ସଂଗ୍ରହ କରିଛି।

ସୂଚନାଯୋଗ୍ୟ, ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ରେ ଏହା ହେଉଛି ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ଙ୍କ କ୍ରମାଗତ ଦ୍ବିତୀୟ ଟସ୍‌ ବିଜୟ। ଆଜି ଟସ୍‌ ଜିଣିବା ପରେ ସେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।

ଅଷ୍ଟ୍ରେଲିଆ ତରଫରୁ ଓପେନିଙ୍ଗ୍‌ ଯୋଡ଼ିରେ ଖେଳୁଛନ୍ତି ଡେଭିଡ୍‌ ୱାର୍ଣ୍ଣର୍‌ ଏବଂ ଉସ୍‌ମାନ ଖାୱାଜା। ଭରତ ତରଫରୁ ବୋଲିଙ୍ଗ୍‌ କରୁଛନ୍ତି ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ ଅଶ୍ବିନ।

ଆଜିର ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), କେ. ଏଲ୍‌. ରାହୁଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶେୟସ୍‌ ଆୟେର୍‌, ରବୀନ୍ଦ୍ର ଜଦେଜା, ଶ୍ରୀକର ଭାରତ (ୱିକେଟ୍‌ରକ୍ଷକ), ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି ଓ ମହମ୍ମଦ ସିରାଜ।

ସେହିପରି ଅଷ୍ଟ୍ରେଲିଆ ଟିମ୍‌ରେ ଖେଳୁଛନ୍ତି: ଡେଭିଡ୍‌ ୱାର୍ଣ୍ଣର୍‌, ଉସ୍‌ମାନ୍‌ ଖାୱାଜା, ମାର୍ଣ୍ଣନସ୍‌ ଲାବୁସେନି, ଷ୍ଟିଭେନ୍‌ ସ୍ମିଥ୍‌, ଟ୍ରାଭିସ୍‌ ହେଡ୍‌, ପିଟର୍‌ ହ୍ୟାଣ୍ଡ୍‌ସ୍‌କମ୍‌, ଅଲେକ୍ସ କ୍ୟାରେ (ୱିକେଟ୍‌ରକ୍ଷକ), ପ୍ୟାଟ୍‌ କ୍ୟୁମିନ୍‌ସ୍‌ (ଅଧିନାୟକ), ‌ଟଡ୍‌ ମର୍ଫି, ନାଥାନ ଲିୟନ୍‌ ଓ ମାଥ୍ୟୁ କୁନେମାନ୍‌।

ଉଲ୍ଲେଖଯୋଗ୍ୟ, ଏହି ଟେଷ୍ଟ୍‌ମ୍ୟାଚ୍‌ ହେଉଛି ଭାରତୀୟ କ୍ରିକେଟ୍‌ ଖେଳାଳି ଚେତେଶ୍ବର ପୂଜାରାଙ୍କର ୧୦୦ତମ ଟେଷ୍ଟ୍‌ମ୍ୟାଚ୍‌। ଟେଷ୍ଟ୍‌ମ୍ୟାଚ୍‌ ଖେଳି ପୂଜାରା ଏଯାବତ୍‌ ୭୦୨୧ ରନ୍‌ ସଂଗ୍ରହ କରିଛନ୍ତି। ସେଥିରୁ ଗୋଟିଏ ମ୍ୟାଚ୍‌ରେ ୨୦୬ ରନ୍‌ କରି ନଟ୍‌-ଆଉଟ୍‌ ହେବା ସହିତ ଟେଷ୍ଟ୍‌ କ୍ରିକେଟ୍‌ରେ ୧୯ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।