Odia News Portal

ଆଜି ଫାଇନାଲ ମୁକାବିଲା

ଦୁବାଇ: ଆଜି ଆଇପିଏଲ ଫାଇନାଲ ଫାଇଟ୍ । ମୁହାଁମୁହିଁ ହେବେ କୋଲକତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । କିଏ ହେବ ଚାମ୍ପିୟନ, ଏହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବଡ଼ ଉତ୍ସାହ । ଚେନ୍ନାଇ ତିନି ଥର ଟାଇଟଲ ହାତେଇଥିବା ବେଳେ ଦୁଇଥର କୋଲକାତା ଚାମ୍ପିୟନ ହୋଇଛି । ରେକର୍ଡ କହୁଛି, ଫାଇନାଲରେ କେବେ ହାରିନି କୋଲକାତା । ଦୁଇ ଥର ଫାଇନାଲ ଯାଇଛି, ଦୁଇଥର ଯାକ କପ୍ ହାତେଇଛି । ୬ ବର୍ଷ ପରେ ଫାଇନାଲକୁ ଯାଇଛି କୋଲକାତା ।

୨୦୧୪ରେ ଶେଷ ଥର ପାଇଁ ଫାଇନାଲକୁ ଯାଇଥିଲା କୋଲକାତା । ଅନ୍ୟପଟେ ୨୦୧୨ର ବଦଲା ନେବା ଲକ୍ଷ୍ୟରେ ରହିଛି ଚେନ୍ନାଇ । ୨୦୧୨ ଆଇପିଏଲ ଫାଇନାଲରେ ଚେନ୍ନାଇକୁ ହରାଇ କୋଲକାତା ପ୍ରଥମ ଥର ବିଜେତା ହୋଇଥିଲା । ୨୦୧୨ରେ ଧୋନିଙ୍କୁ ହରାଇଥିବା କୋଲକାତା ପାଖରେ ଏବେ ଇତିହାସର ପୁନରାବୃତ୍ତି କରିବାର ସୁଯୋଗ ରହିଛି । ଆଇପିଏଲରେ ନବମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଚେନ୍ନାଇ ବଦଲା ନେବାରେ ମାହିର । ୨୦୧୨ ଫାଇନାଲ ବଦଲା ୨୦୨୧ରେ ନେବାକୁ ଲକ୍ଷ୍ୟ ରଖିଛି ଚେନ୍ନାଇ ।