Odia News Portal

ପ୍ରେମିକାକୁ ଗର୍ଭବତୀ କରି ଛୁ ମାରିଲା ପ୍ରେମିକ

ଭୁବନେଶ୍ୱର: ଧୋକା । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ପ୍ରଥମେ ମିଠା ମିଠା କଥା କହିଲା । ଆଉ ପରେ ବିଶ୍ୱାସ ଜନ୍ମାଇବା ପରେ ବିବାହ କରିବାର ପ୍ରତିଶ୍ରୃତି ଦେଇ ପ୍ରେମିକା ସହ ରଖିଥିଲା ଶାରିରୀକ ସମ୍ପର୍କ । ଶେଷରେ ବିବାହ କଥା କହିବା ପରେ ପ୍ରେମିକର ମୁଣ୍ଡକୁ ପିତ ଚଢ଼ିଯାଇଛି । ଆଉ ପ୍ରେମିକାକୁ ଛାଡ଼ି ଛୁ ମାରିଛି ଧୋକାବାଜ ପ୍ରେମିକ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପିଡ଼ିତା ଯୁବତୀ ।

ପୋଲିସ ରିପୋର୍ଟ ମୁତାବକ, ଯୁବକ ଜଣକ ପ୍ରଥମେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା । ଆଉ କିଛିଦିନ ଯିବା ପରେ ପ୍ରେମିକା ମନରେ ବିଶ୍ୱାସ ଜନ୍ମାଇଥିଲା । ସେପଟେ ଯୁବତୀ ଜଣକ ମଧ୍ୟ ପ୍ରେମିକର ପ୍ରେମରେ ଉବୁଟୁବୁ ହୋଇଥିଲେ । ପ୍ରେମିକର ସବୁ କଥାକୁ ସେ ଅନ୍ଧ ଭଳି ବିଶ୍ୱାସ ମଧ୍ୟ କରି ନେଇଥିଲେ । ଏପରିକି ଉଭୟ ଏକାଠି ବୁଲାବୁଲି କରିବା ସହ ଯୌନ ସମ୍ପର୍କ ମଧ୍ୟ ରଖିଥିଲେ । ତେବେ ଯୁବତୀ ଜଣକ ଗର୍ଭବତୀ ଥିବା ଜାଣିବା ପରେ ପ୍ରେମିକକୁ ଜଣାଇଥିଲେ । ଆଉ ବିବାହ କରିବା ଲାଗି ମଧ୍ୟ ଅଡ଼ି ବସିଥିଲେ । କିନ୍ତୁ ଧୋକାବାଜ ପ୍ରେମିକର ମନରେ ଥିଲା ଅଲଗା ଚକ୍କର । ସେ ବାହା ହେବା କଥା ଶୁଣିବା ପରେ ଫେରାର ହୋଇଯାଇଛି । ଶେଷରେ ପୀଡ଼ିତା ଜଣକ ଆଇନର ସହାୟତା ଲୋଡ଼ିଛନ୍ତି । ସେପଟେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିବା ସହ ପ୍ରେମିକକୁ ଖୋଜୁଛି ।