Odia News Portal

ଦେଢ଼ ବର୍ଷ ଏକାଠି ରହିବା ପରେ ହାତ ଛାଡ଼ିଦେଲା ପ୍ରେମିକ, ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଯାଜପୁର: ପ୍ରେମ କରୁଥିଲେ । ସାଥୀ ହୋଇ ଏକାଠି ରହୁଥିଲେ । ପାଖା ପାଖି ଦେଢ଼ ବର୍ଷ ଏକାଠି ରହିବା ପରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ମନାନ୍ତର ହୋଇଛି । ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ତେବେ ଏହି ବାଲାଂଦେଶୀ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ ଗୃହରେ ରହିଛି । ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯୁବତୀଙ୍କ ଘର ବାଲାଂଦେଶରେ ବୋଲି ଜଣା ପଡିଛି । ତାଙ୍କ ମାମୁଁ ତାଙ୍କୁ ଆଣି କୋଲକାତାରେ ଅଜୟ ନାମକ ଜଣେ ବ୍ୟକ୍ତିକୁ ବିକ୍ରି କରି ଚାଲିଯାଇଥିଲେ । ତେବେ ସେଠାରେ ରହୁଥିବା ବେଳେ ଅଜୟଙ୍କ ପୁଅ ସୁରଜ ସହ ଯୁବତୀଙ୍କ ପ୍ରେମ ହୋଇଥିଲା । ସେମାନେ କୋଲକାତା ଛାଡ଼ି ବାଙ୍ଗାଲୋରରେ ଯାଇ ବର୍ଷେ ରହିଥିଲେ । ତେବେ ଏହାପରେ ଉଭୟ ଆସି ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ରହିଥିଲେ । ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଧର୍ମଶାଳା ଥାନା ଅଧିକାରୀଙ୍କୁ ଫୋନ କରିଥିଲେ ଯୁବତୀ । ଏହାପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଏବେ ଯୁବତୀଙ୍କୁ ସଖୀ ଗୃହରେ ରଖାଯାଇଛି । ସଠିକ ପ୍ରମାଣ ମିଳିଲେ ବାଂଲାଦେଶୀ ଆମ୍ୱାସି ସହିତ ଆଲୋଚନା କରାଯାଇ ତାଙ୍କୁ ସେଠାକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।