Odia News Portal

ଝାରସୁଗୁଡ଼ାରେ ସେକ୍ସ ରାକେଟ୍ ଠାବ

ଝାରସୁଗୁଡ଼ା: ଲକଡାଉନରେ ସକ୍ରିୟ ଅଛନ୍ତି ଦେହ ବ୍ୟବସାୟୀ । ବାହାରେ ହୋଟେଲ ଓ ଲଜ ଲେଖାଯାଇଥିବା ବେଳେ ଭିତରେ ଚାଲିଥିଲା ସେକ୍ସ ରାକେଟ୍ । ପୋଲିସ ଖବର ପାଇବା ପରେ ଚଢ଼ାଉ କରିଥିଲା । ଝାରସୁଗୁଡ଼ା ସଦର ଥାନା ପଞ୍ଚପଡ଼ା ବାଇପାସରେ ଶିବଶକ୍ତି ଲଜରେ ସେକ୍ସ ରାକେଟ ଚାଲିଥିଲା । ପୋଲିସ ଚଢ଼ାଉ କରି ଜଣେ ବଙ୍ଗୀୟ ଦେହଜୀବୀ ଓ ୨ଜଣ ଗ୍ରାହାକଙ୍କୁ ଧରିଛି । ତେବେ ଶିବ ଶକ୍ତି ହୋଟେଲ ମାଲିକ ପ୍ରେମାନନ୍ଦ ପଟେଲ ସେଠାରୁ ଚମ୍ପଟ ମାରିଥିଲା । ପରେ ପୋଲିସ ଫେରାର୍ ଥିବା ହୋଟେଲ ମାଲିକକୁ ଧରି ଅନ୍ୟ ଦୁଇ ଗ୍ରାହକଙ୍କ ସହ କୋର୍ଟ ଚାଲାଣ କରିଛି । ବଙ୍ଗୀୟ ଯୁବତୀ ଜଣକୁ ସେଲଟର ହାଉସରେ ରଖାଯାଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍.ଡି.ପି.ଓ ।