Odia News Portal

ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

କନ୍ଧମାଳ: ମାତିଛନ୍ତି ଜଙ୍ଗଲ ମାଫିଆ । କୋଟଗଡ଼ ବନାଞ୍ଚଳରେ ଶାଳ କାଠ ଚାଲାଣ ହେଉଥିବା ବେଳେ ମାଡ଼ି ବସିଥିଲା ବନ ବିଭୠ । ୧୦୨ ଖଣ୍ଡ ଶାଳ କାଠ ସହ ଗୋଟିଏଲ ବୋଲୋରୋ ଗାଡ଼ି ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତ୍ରି ରେ କୋଟଗଡ ବନାଞ୍ଚଳ ପକ୍ଷରୁ ଝରିଘାଟି ନିକଟରେ ପେଟ୍ରୋଲିଙ୍ଗ ସମୟ ରେ ଏକ ବୋଲେରୋ ପିକଅପ ତୁମୁଡିବନ୍ଧ ଆଡୁ କୋଟଗଡ ପଟକୁ ଦ୍ରୁତ ଗତିରେ ଆସୁଥିବା ଖବର ପାଇ ସନ୍ଦେହଜନକ ଅବାସ୍ଥା ରେ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା,ବନପାଳ -ପ୍ରଭାତ କୁମାର ଦୋରା,ଯୋଗେଶ୍ୱର ଧାରୁଆ, କିରଣଵାଳା ସ୍ୱାଇଁ ସମେତ ବନ କର୍ମଚାରୀ ମିଶି ପିଛା କରିଥିଲେ ଫଳରେ କାଠ ବୋଝେଇ ଗାଡିଟି କୋଟଗଡ ହରିପୁର ନିକଟରେ ଅଟକିବା ସହ ଗାଡିଚାଳକ ଚତୁରତାର ସହ ଜଙ୍ଗଲକୁ ଦୌଡ଼ି ଚାଲି ଯାଇଥିବା ଫଳରେ ଘଟଣା ସ୍ଥଲରୁ ଶାଳ କାଠ ୧୦୨ଖଣ୍ଡ ସହ ଏକ ବୋଲେରୋ ପିକଅପ ସିଜ କରିଛି ବନ ବିଭାଗ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ଆକଳନ କରାଯାଉଛି ।