Odia News Portal

କେନ୍ଦୁଝର ବନଖଣ୍ଡ ଓ ବନ୍ୟପ୍ରାଣୀ ଆନୁକୂଲ୍ୟରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

କେନ୍ଦୁଝର: ବନ୍ୟପ୍ରାଣୀର ସୁରକ୍ଷା ପାଇଁ ସମସ୍ତେ ତତ୍ଵାବଧାରକ ସାଜିବାକୁ ଆହ୍ବାନ ଦେଇଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ଵାବଧାରକ ଧନରାଜ ଏଚ୍.ଡି. । କେନ୍ଦୁଝର ବନଖଣ୍ଡ ଓ ବନ୍ୟପ୍ରାଣୀ ଜିଭିଜନ ଆନୁକୂଲ୍ୟରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟସ୍ଥ ଦରବାର ହଲଠାରେ ୬୭ ଚମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆୟୋଜିତ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଧନରାଜ ଏହି ଆହ୍ୱାନ ଜଣାଇଛନ୍ତି । ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ମାନବ ସମାଜ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହେଉଛି ଏହାର ଉଦ୍ଦେଶ୍ୟ । ଉଭୟ ମାନବ ସମାଜ ଓ ବନ୍ୟପ୍ରାଣୀ ଭଗବାନଙ୍କ ଅନବଦ୍ୟ ସୃଷ୍ଟି । ସମାଜର ତଥା ଦେଶର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବନ୍ୟପ୍ରାଣୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ମାନବ ସମାଜର ଅଭିବୃଦ୍ଧି ଓ ସମୃଦ୍ଧି ଜୈବ ବିବିଧତା ଉପରେ ନିର୍ଭରଶୀଳ । ବ ମାନ ପରିପ୍ରେକ୍ଷୀରେ ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣ , ସୁରକ୍ଷା ଏବଂ ଅଭିବୃଦ୍ଧି ଅଧିକ ଗୁରୁତ୍ୱପୂର୍ଣ ହୋଇଯାଇଛି । ଜୈବ ବିବିଧତା ଦୃଷ୍ଟିରୁ କେନ୍ଦୁଝର ଜିଲ୍ଲା ଏକ ସମୃଦ୍ଧ ଜିଲ୍ଲା । ଏହାର ଖଣିଜ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଚଳିତବର୍ଷର ଶୀର୍ଷକ ଅନୁଯାୟୀ ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକମାନଙ୍କର ଜୀବିକା ଏବଂ ଏହାର ମାନ ବୃଦ୍ଧି ପାଇଁ ଗୁରୁତ୍ବାରୋପ କରାଯାଇଛି । ହାତୀ କରିଡର ନିର୍ମାଣ , ଟ୍ରେଞ୍ଚ ବ୍ୟବସ୍ଥା , ହାତୀ ଦ୍ଵାରା ଜନବସଚିରେ ହେଉଥିବା କ୍ଷୟକ୍ଷତିର ଭରଣା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ବିଶଦ ଭାବେ ଅବଗତ କରାଇଥିଲେ । ଜିଲ୍ଲାରେ ଖଣି କାର୍ୟ୍ୟ , କୃଷି କାର୍ୟ୍ୟ ସହିତ ବିକାଶ ଧାରାକୁ ଦୁରାନ୍ବିତ କରିବା ସହିତ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ସମସ୍ତେ ସାମୁହିକ ଉଦ୍ୟମ କରିବାକୁ ବନଖଣ୍ଡ ଅଧିକାରୀ ( ବନ୍ୟପ୍ରାଣୀ ) ଆନନ୍ଦପୁର ଅଜିତ ଶତପଥ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ପ୍ରକୃତ ଓ ମାନବ ସମାଜ ପରସ୍ପର ପରିପୂରକ , ଯାହାକି ଆଦିମ କାଳରୁ ପ୍ରମାଣିତ ହୋଇସାରିଛି । ବଣ ପାହାଡ ଘେରା କେନ୍ଦୁଝର ଜିଲ୍ଲାର ପ୍ରକୃତି , ପରିବେଶ ଓ ବିକାଶର ସମ୍ଭାବନା ଅତୀବ ଚମତ୍କାର । ଏଣୁ ଚଳିତ ବର୍ଷ ବନ୍ୟପ୍ରାଣୀ ସପ୍ତାହର ଶୀର୍ଷକକୁ ଆଧାର କରି ଲୋକମାନଙ୍କର ଜୀବିକା କିପରି ଅଭିବୃଦ୍ଧି ଘଟିବ ଏବଂ ପ୍ରକୃତି ସୁରକ୍ଷିତ ରହିବା ସହିତ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ନିର୍ମି ବହୁବିଧ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସୂଚନା ଦେଇଥିଲେ ।