Odia News Portal

ବାଇକରେ ମଦ ଚୋରା ଚାଲାଣ କରୁଥିବା ବେଳେ ୨ଜଣଙ୍କୁ ଧରିଲା ପୋଲିସ

ଯାଜପୁର : ଲକଡାଉନରେ ମାତିଛନ୍ତି ମଦ ମାଫିଆ । ଦୋକାନ ବନ୍ଦ ଥିବାରୁ ଚୋରାରେ ବେପାର କରୁଥିଲେ । ବାଇକରେ ମଦ ନେଇ ଯାଉଥିଲେ ବେପାର କରିବା ଲାଗି । କୌଣସି ସୂତ୍ରରୁ ପୋଲିସ ଖବର ପାଇ ମାଡ଼ି ବସିଥିଲା । ଯାଜପୁର ଜିଲ୍ଲା ବରୁଣିଆ ପଞ୍ଚାୟତ ଅଫିସ ସମ୍ମୁଖରେ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ୨ଜଣଙ୍କୁ ଗିରଫ କରିବା ସହ ୪୦ଟି ନିବ୍ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ରବିବାର ରାତିରେ ବାଇକରେ ମଦ ନେଇ ଯାଉଥିଲେ ଏହି ଦୁଇଜଣ । ତେବେ ବୈରୀ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ସେମାନଙ୍କୁ ବରୁଣିଆ ପଞ୍ଚାୟତ ଅଫିସ ସମ୍ମୁଖରେ ଜଗି ବସିଥିଲେ । ସେମାନେ ପହଞ୍ଚିବା କ୍ଷଣି ଚଢ଼ାଉ କରିଥିଲେ । ତେବେ ଖସି ପଳାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲେ । ଧରା ହୋଇଥିବା ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କ ଘର ଦୌଲତପୁର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତେଗତ ଗାଁରେ ବୋଲି ଜଣାପଡ଼ିଛି ।