Odia News Portal

ଭିଡିଓ ଭାଇରାଲ ଭୟ ଦେଖାଇ ଦୁଷ୍କର୍ମ

ଲକ୍ଷେ୍ନø: ସ୍ତ୍ରୀର ଅଶ୍ଲୀଳ ଫଟୋ ଏବଂ ଭିଡିଓ ଉଠାଇଥିଲା ସ୍ୱାମୀ । ସ୍ତ୍ରୀ ସହ ସମ୍ପର୍କ ରଖୁଥିବା ସମୟର ଭିଡିଓ, ଗାଧୋଉଥିବା ସମୟ ଫଟୋ ଏବଂ କପଡା ବଦଳଥିବା ସମୟର ଅନେକ ଭିଡିଓ ରଖିଥିଲା । ତେବେ ଏହିସବୁ ଭିଡିଓ ଓ ଫଟୋକୁ ନିଜ ଭିଣୋଇଙ୍କ ପାଖକୁ ପଠାଇଥିଲା ମହିଳାଙ୍କ ସ୍ୱାମୀ । ଯାହାର ସୁଯୋଗ ନେଇଥିଲା ଭିଣୋଇ । ଫଟୋ, ଭିଡିଓ ଦେଖାଇ ଶଳାଭାଉଜଙ୍କୁ ଭୟଭୀତ କରାଇଥିଲା । ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲା । ଏପରିକି ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଲାଗି ମଧ୍ୟ ବାଧ୍ୟ କରିଥିଲା ଭିଣୋଇ । ମହିଳା ଜଣକ ରାଜି ନହେବାରୁ ଶେଷରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ତେବେ ଉତ୍ତରପ୍ରଦେଶରେ ଘଟିଛି ଏଭଳି ଘଟଣା । ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଥିବା ବେଳେ ମହିଳାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ।