Odia News Portal

୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ,ମହାନଦୀ ଜଳବିବାଦ

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମଙ୍ଗଳବାରଠାରୁ ଛତିଶଗଡ଼ରେ ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ କରିଛି। ନଦୀ ତଳମୁଣ୍ଡକୁ କେତେ ଜଳ ପ୍ରବାହିତ ହେଉଛି ଏବଂ ଅଣମୌସୁମୀ ଋତୁରେ ନଦୀରେ କେତେ ଜଳ ଉପଲବ୍ଧ ରହୁଛି ଓ ବ୍ୟବହୃତ ହେଉଛି, ତାହା ଟ୍ରିବ୍ୟୁନାଲ ଆକଳନ କରିବେ। ୩ ଜଣିଆ ଟ୍ରିବ୍ୟୁନାଲଙ୍କୁ ଏକ ବୈଷୟିକ ଟିମ୍‌ ସର୍ଭେରେ ସହାୟତା କରୁଛି। ମହାନଦୀ ଉତ୍ପତ୍ତି ସ୍ଥଳ ଧମତରି ଜିଲାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ସର୍ଭେ ୨୨ରେ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଓଡିଶାରେ ଏପ୍ରିଲ ୨୯ରୁ ମେ’ ୩ ପର୍ଯ୍ୟନ୍ତ ଚାଲିବ ବୋଲି ଜନସମ୍ପର୍କ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ଇତିମଧ୍ୟରେ ଟ୍ରିବ୍ୟୁନାଲ ୩୬ ଥର ଶୁଣାଣି କଲେଣି। ଗତ ମାସ ୨୫ରେ ହୋଇଥିବା ଶୁଣାଣି ବେଳେ ଫିଲ୍ଡ ସର୍ଭେ କରିବାକୁ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଥିଲେ।