Odia News Portal

କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ବାଳ ଓ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ

ଖୋଲାଖୋଲି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ୱାଳ ଓ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ଦୁଇ ନେତାଙ୍କୁ ନୋଟିସ୍ ଜାରି ହୋଇଛି।

ଚିରଞ୍ଜୀବୀ ଓ ମୋକିମଙ୍କୁ ଜାରି କାରଣ ଦର୍ଶାଅ ନୋଟିସ ବାବଦରେ ସେ ଅଧିକ କିଛି କହିବା ପାଇଁ ଚାହାନ୍ତି ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି ବୋଲି ଶରତ କହିଛନ୍ତି।

ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଚିରଞ୍ଜୀବୀ ବିଶ୍ୱାଳ ଯୋଗଦେଇ ରାଜ୍ୟର କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ବିଧାନସଭାରେ କଂଗ୍ରେସରୁ ବର୍ତ୍ତମାନ ୯ ଜଣ ବିଧାୟକ ଅଛନ୍ତି। କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁ ଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଚିରଞ୍ଜୀବୀ କହିଥିଲେ। ମହମ୍ମଦ ମୋକିମ ମଧ୍ୟ ନେତୃତ୍ୱ ବିରୋଧୀ ମନ୍ତବ୍ୟ ଦେଇଥିଲେ ।