Odia News Portal

ଦିଦି ଭରିଲେ ନାମାଙ୍କନ

କୋଲକାତା: ନାମାଙ୍କନ ଭରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରର୍ଥୀପତ୍ର ଦାଖଲକରିଛନ୍ତି ଦିଦି । ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ମମତା । ତେବେ ଆଜି ଉପନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି । ଏହି ଆସନରୁ ବିଜେପି ପ୍ରିୟଙ୍କା ତିବେନ୍ଦ୍ରମଙ୍କୁ ପ୍ରାର୍ଥୀ କରିଛି । ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସୂଚନା ଥାଉକି, ଗାୟକ ତଥା ବିଜେପି ନେତା ବାବୁଲ ସୁପ୍ରିମୋଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଥିଲେ ପ୍ରିୟଙ୍କା । ସେ ୨୦୧୪ରେ ବିଜେପିରେ ଯୋଗଦେଇ ନିର୍ବାଚନ ଲଢ଼ିଥିଲେ ସୁଦ୍ଧା ପରାସ୍ତ ହୋଇଥିଲେ । ଆଉ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ହୋଇଛନ୍ତି ।

ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ମମତା ତାଙ୍କର ପାରମ୍ପରିକ ଆସନ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ । ତେବେ ତାଙ୍କ ବିପକ୍ଷରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ତାଙ୍କର ଅତି ଘନିଷ୍ଠ ଶୁଭେନ୍ଦୁ ଅଧିକାରୀ । ଯିଏକି ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ନିର୍ବାଚନରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଏଥିରେ ମମତାଙ୍କୁ ପରାସ୍ତ କରିଥିଲେ ଶୁଭେନ୍ଦୁ । ତେବେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ଲାଗି ପୁଣିଥରେ ନିର୍ବାଚନ ଲଢ଼ୁଛନ୍ତି ମମତା । ଯଦି ସେ ନିର୍ବାଚନ ହାରନ୍ତି ତେବେ ମୁଖ୍ୟମନ୍ତ୍ରୀ ପଦ ହରାଇବେ । ଏଣୁ ଏହି ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର ।