Odia News Portal

ମମିତା ମେହେର ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ୧୬୧ ବୟାନରୁ ମଳିଲା ତଥ୍ୟ । ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ଟାୟାର ଦେଇଥିଲେ ବିବେକ । ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ଗତ ୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଫୋନ୍ କରିଥିଲା ।

ଡ୍ରାଇଭର ରାଧେଶ୍ୟାମ ଯାଇ ୨ଟି ଟାୟାର ଆଣିବ କହିଥିଲା । ଦିନ ସାଢ଼େ ୩ଟାରେ ବିବେକଙ୍କ ଠାରୁ ଟାୟାର ଆଣିଥିଲା ରାଧେଶ୍ୟାମ । ଅନ୍ୟପଟେ, ମମିତା ହତ୍ୟା ମାମଲାରେ ଫୋରେକେନ୍‌ସିକ ଲ୍ୟାବ୍ କଲା ୭୦ଟି ସିଜର ସାମଗ୍ରୀ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ନଖ, ଚୁଟି, ରକ୍ତ ନମୂନା ପଠାଗଲା । ମୃତ ମମିତାଙ୍କ ଅସ୍ଥି, ମାଂସ, ବ୍ୟାଗ୍ ଆଦି ମଧ୍ୟ ପଠାଗଲା ।

ତେବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପଲଟିଥିବା ମହଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଅନେକ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ଗିରଫ କରି ଜେଲ ହାଜତରେ ରଖିଛି।