Odia News Portal

ଦୁର୍ଦ୍ଧାନ୍ତ ମାଓନେତା ଶଙ୍କର ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସର ବଡ଼ ସଫଳତା । ଧରାହେଲା ଦୁର୍ଦ୍ଧାନ୍ତ ମାଓନେତା ଦୁର୍ବାସି ଶଙ୍କର । ତାକୁ କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ମାଓ ନେତା ଦୁବାସିଙ୍କୁ ଧରିଛନ୍ତି ।ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।ଦୁବାସିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦୁବାସିଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା ।ପ୍ରେସମିଟ୍ କରି ଏ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।
ଦୁବାସି ଗିରଫ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏସିଏମ୍ ରାଙ୍କର ସୋନାଲ ମାଡବି ଓରଫ୍ କିରଣ କୋରାପୁଟ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଚଳିତବର୍ଷ ଏବେ ସୁଦ୍ଧା ୨୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ।