Odia News Portal

କଣ ପେଟ୍ରୋଲ ଓ ଡିଜେଲର ଦର ରେ ଲାଗିବ ଜିଏସଟି

ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ୁଛି । ତେଣୁ ଏଥିରୁ ଜନସାଧାରଣଙ୍କୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ବିଚାର କରୁଛନ୍ତି । ଏଥିପାଇଁ ତୈଳ ଉପରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ କରିବାକୁ ଯୋଜନା ଚାଲିଛି ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନକୁ ଆଣିବା ପାଇଁ ରାଜ୍ୟମାନଙ୍କର ଅନୁମୋଦନ ଆବଶ୍ୟକ । ଏ କ୍ଷେତ୍ରରେ ଯଦି ରାଜ୍ୟମାନେ ସହମତି ପ୍ରକାଶ କରନ୍ତି ତେବେ ସରକାର ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିସରକୁ ଆଣିବେ । ଆସନ୍ତା ୧୮ ତାରିଖରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ତା’ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ତରଫରୁ ଏହି ବୟାନ ଆସିଥିବା ଜଣାପଡ଼ିଛି ।