Odia News Portal

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପ୍ରତାପ

କଟକ: ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀଙ୍କ ଦ୍ୱାରା ନଗସପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ | କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ନଗସପୁର ପଞ୍ଚାୟତରେ ମା ସପ୍ତଭଗ୍ନୀ କମ୍ୟୁନିଟି ସେଣ୍ଟର ନୂତନ ଗୃହର ଶୁଭ ଉଦଘାଟନ | ବରକୋଳିଆ ନଗସପୁର ରାସ୍ତାରେ ଚାରିରକବା ବିଜୁ ସେତୁ ନିର୍ମାଣର ସମୀକ୍ଷା କରି ୪ ମାସରେ ସେତୁ ନିର୍ମାଣର କାର୍ଯ୍ୟ ଶେଷ କରିବା ପାଇଁ ଗ୍ରାମ୍ୟ ଉନୟନ ଅଧିକାରୀଙ୍କୁ ମାହାଙ୍ଗାର ବିଧାୟକ ତଥା ପଞ୍ଚାୟତରାଜ ଆଇନ ଓ ନଗର ଉର୍ନୟନ ମନ୍ତୀ ପ୍ରତାପ ଜେନା ନିର୍ଦେଶ ଦେଇଥିଲେ |

ଏହି ଅବସରରେ ନଗସପୁର ପଞ୍ଚାୟତର ମେଡିକାଲ ପଡିଆରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ବହୁ ଗୁରୁଜନ ମାନଙ୍କୁ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ | ଆଗାମୀ ଦିନରେ ଯେମିତି ଅଧୁରା ରହି ଯାଇଥିବା କାର୍ଯ୍ୟକୁ ତାଙ୍କ ନଜରକୁ ଆଣି ଯେତେ ଶୀଘ୍ର ସରିବା ପାଇଁ ନିର୍ଦେଶ ଦେବା ସହ ଆଗାମୀ ଦିନରେ ଦଳ ଯେପରି ମଜୁବୁତ ହେବ ଓ ଲୋକଙ୍କ ସମସ୍ୟା ର ସମାଧାନ କରାଯିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଦରକାର ବୋଲି ମତ ରଖିଥିଲେ |

ଏହି ଉତ୍ସବରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟାକ୍ଷଙ୍କ ପ୍ରତିନିଧି ତଥା ଯୁବ ନେତା ଅଶୋକ ଓଝା. ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ |