Odia News Portal

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

କନ୍ଧମାଳ: ଚାରିଦିନିଆ କନ୍ଧମାଳ ଗସ୍ତରେ ଥିବାବେଳେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଜ୍ୱର ଓ ଉଚ୍ଚ ରକ୍ତଚାପ ରେ ପୀଡିତ ହୋଇଥିବାରୁ ଗସ୍ତ କାର୍ଯ୍ୟକ୍ରମକୁ ଅଧାରୁ ବାତିଲ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାର ସୂଚନା ମିଳିଛି। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି ।