Odia News Portal

ଗ୍ୱାଲିୟରରେ ପହଞ୍ଚିଲେ ୧୨ ଚିତା

ଆଜି ଦକ୍ଷିଣଆଫ୍ରିକାରୁ ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ଗ୍ୱାଲିୟରରେ ଆସି ପହଞ୍ଚିଛନ୍ତି ଆଉ ନୂତନ ୧୨ ଆଫ୍ରିକୀୟ ଚିତା । ସେମାନଙ୍କୁ ବାୟୁସେନା ସି-୧୭ ଗ୍ଲୋବ ମାଷ୍ଟର ବିମାନରେ ଦ୍ୱାରା ଭାରତକୁ ଅଣାଯାଇଛି । ପ୍ରଥମେ ଏହି ବିମାନ ଗ୍ୱାଲିୟର ବାୟୁସେନା ଘାଟିରେ ପହଞ୍ଚିଛି, ପରେ ସେଠାରୁ ଏକ ହେଲିକପ୍ଟର ଦ୍ୱାରା କୁନୋ ନ୍ୟାସନାଲ ପାର୍କକୁ ନିଆଯିବ । ନୂଆ ଚିତାଙ୍କ ପାଇଁ ୧୦ ଟି ନୂତନ କ୍ୱାରେଣ୍ଟିନ ଏନକ୍ଲୋସରର ବ୍ୟବସ୍ଥା କରାଯାଇଛି । ଆହୁରି ମଧ୍ୟ ଯଦି ଦ୍ୱିତୀୟ ପର୍ଯ୍ୟୟ ଚିତା ଆଣିବା କାର୍ଯ୍ୟ ସଫଳ ହୁଏ ତାହେଲେ ଭାରତରେ ଚିତା ସଂଖ୍ୟା ସର୍ବମୋଟ ୨୦କୁ ବୃଦ୍ଧି ପାଇବ ।
ସୂଚନାଥାଉ କି ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ଯନ୍ତାମୁକ୍ତ କରି ୮ଟି ଚିତାବାଘକୁ କୁନୋ ଜଙ୍ଗଲରେ ଛାଡ଼ିଥିଲେ। ପ୍ରଥମଦଫାରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିବା ଚିତାବାଘ ଭଲରେ ଥିବା ଜଣାପଡ଼ିଛି।