Odia News Portal

ନିକ୍କି ହତ୍ୟା ମାମଲା : ସାହିଲର ବାପା ପୂର୍ବରୁ ହତ୍ୟା ମାମଲାରେ ଯାଇଛନ୍ତି ଜେଲ

ନିକ୍କି ହତ୍ୟା ମାମଲାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସାହିଲର ବାପା ୨୫ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଜେଲ ଯାଇଥିବା ଜଣାପଡ଼ିଛି। ସାହିଲର ବାପା ବିରେନ୍ଦ୍ରଙ୍କ ବିରୋଧରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କୁହାଯାଉଛି ଯେ ସେ ୧୯୯୭ ମସିହାରେ ଏହି ଘଟଣାଇ ଥିଲେ।

ନିମ୍ନ ଅଦାଲତ ସାହିଲରବାପା ବୀରେନ୍ଦ୍ର ସିଂଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ନିକ୍କି ଯାଦବ ହତ୍ୟା ମାମଲାରେ ସାହିଲର ବାପାଙ୍କ ସମେତ ୫ ଜଣଙ୍କୁ ପୁଲିସ ଗିରଫ କରିଛି।

ନିକ୍କି ହତ୍ୟା ମାମଲାକୁ ନେଇ ଏପର୍ଯ୍ୟନ୍ତ କୌଣସି  ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ପୁଲିସ ଏହି ମାମଲାର ପ୍ରତ୍ୟେକ ଦିଗକୁ ଦୃଷ୍ଟି‌ରେ ରଖି ତଦନ୍ତ କରୁଛି।

ପୁଲିସର ସୂଚନାନୁସାରେ, ସାହିଲ  ମଧ୍ୟ ନିକି ଯାଦବଙ୍କୁ ବିବାହ କରିବାକୁ ଚାହୁଁଥିଲା, କିନ୍ତୁ ତାର ପରିବାର ଏଥିପାଇଁ ପ୍ରସ୍ତୁତ ନଥିଲେ। ତାର ପରିବାର ଚାହୁଁଥିଲେ ଯେ ପୁଅ ଘର ଲୋକଙ୍କ ପସନ୍ଦରୁ ହିଁ ବିବାହ କରୁ।

ସୂଚନାନୁସାରେ, ହତ୍ୟାକାଣ୍ଡର ଦୁଇ ଦିନ ପରେ ଯେତେବେଳେ ନିକ୍କି ଯାଦବଙ୍କ ବାପା ଝିଅ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ, ଯୋଗାଯୋଗ ହୋଇ ପାରି ନଥିଲା।  ସେତେବେଳେ ସେ ସାହିଲର ନମ୍ବର ପାଇ ତା’ ସହ ଯୋଗାଯୋଗ କରିଥିଲେ। ସାହିଲ ସହ ଦୁଇଥର କଥା ହେବା ପରେ  ଝିଅ ବିଷୟରେ ପଚାରଥିଲେ ନିକ୍କିଙ୍କ ବାପା, କିନ୍ତୁ ସାହିଲ ଝିଅ ବିଷୟରେ କିଛି ଜାଣିନାହିଁ ବୋଲି ରୋକଠୋକ ମନା କରି ଦେଇଥିଲା।