Odia News Portal

ଏଣିକି ଡ୍ରାଇଭିଂ ଲାଇସେନ୍ସ ଲାଗି ଦେବାକୁ ପଡ଼ିବନି ଟେଷ୍ଟ

ଭୁବନେଶ୍ୱର: ଏଣିକି ଆଉ ଆପଣଙ୍କୁ ଆରଟିଓ ଅଫିସକୁ ଯାଇ ଟେଷ୍ଟ ଦେବାକୁ ପଡ଼ିନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନାହିଁ । ବିନା ଟେଷ୍ଟରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଥିବା ନିୟମକୁ ଜୁଲାଇ ମାସରୁ ପରିବର୍ତ୍ତନ କରୁଛନ୍ତି । ଏଥରକ ଯଦି ଆପଣ କୌଣସି ମାନ୍ୟତାପ୍ରାପ୍ତ ଟ୍ରେନିଂ ସେଣ୍ଟରରୁ ଟ୍ରେନିଂ ନେଇଛନ୍ତି ତେବେ ଆପଣଙ୍କୁ ସହଜରେ ମିଳିଯିବ ଲାଇସେନ୍ସ । ଏନେଇ ସରକାର ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଗୁଡିକୁ ମାନ୍ୟତା ଦେବା ଆରମ୍ଭ କରିଛନ୍ତି । ଯେଉଁଠି ଆପଣ ସହଜରେ ୨ ଚକିଆ ଓ ୪ ଚକିଆ ଗାଡି ଚଳନା ଶିଖି ପାରିବେ ।

ସରକାରଙ୍କ ନୂଆ ନିୟମ ମୁତାବକ ଆପଣଙ୍କୁ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରକୁ ଯାଇ ମୋଟର ଭେଇକିଲ୍ କୋର୍ସ କରିବା ସହ ୪ ସପ୍ତାହରେ ୨୯ ଘଂଟା ଗାଡି ଚଳାଇବାକୁ ହେବ । ଏହି ଗାଡିଚଳାନା ପରେ ଯଦି ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଆପଣଙ୍କୁ ପାସ୍ କରିଦିଏ ତେବେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ କୌଣସି ଟେଷ୍ଟ ଦେବାକୁ ପଡିବ ନାହିଁ । ଏହା ବ୍ୟତୀତ ହେଭି ମୋଟର ଭେଇକିଲ ତଥା ଭାରୀ ଯାନ ଚାଳନା ଶିଖିବାର ଅବଧି ୬ ସପ୍ତାହ ରଖା ଯାଇଛି । ଏହି ୬ ସପ୍ତାହ ମଧ୍ୟରେ ଆପଣଙ୍କୁ ଥିଓରୀ ପ୍ରାଟିକାଲ ସାରିବାକୁ ହେବ ।