Odia News Portal

ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଲେ ଦିଲ୍ଲୀପ

ବ୍ରହ୍ମପୁର: ବ୍ରହ୍ମପୁର ମାଟି ପାଇଁ ପୁଣି ଏକ ନୂତନ ସମ୍ଭାବନା ସହ ଏକ ଗୌରବମୟ ଫର୍ଦ୍ଧରେ ନିଜର ନାମକୁ ଲେଖାଇଲେ ଦିଲ୍ଲୀପ। ଦିଲ୍ଲୀପ ମହାରଣା ପିତା ଭଗବାନ ମହାରଣା ପେସାରେ ଜଣେ ବଢ଼େଇ | ବାପାଙ୍କର କାମକୁ ଦେଖି ଦେଖି ଦିଲ୍ଲୀପ ଆରମ୍ଭ କରିଥିଲେ ସୂକ୍ଷ୍ମ କଳା କରିଗରୀର କାମ ।

ତେବେ ସେ ଆଜି ନିଜର ସୂକ୍ଷ୍ମ କାମ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜକୁ ସ୍ଥାନିତ କରିପାରିଛନ୍ତି। ସେ କାଠରେ ତିଆରି କରିଛନ୍ତି ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମା ଦୁର୍ଗାଙ୍କର ବିଗ୍ରହ । ଯାହାର ଉଚ୍ଚତା ଏକ ଇଞ୍ଚ ଓସାର ୧.୩ଇଞ୍ଚ ହୋଇଛି । ତେବେ ଦୁର୍ଗା ପୂଜା ଅବସରରେ ସେ ମାଙ୍କର ଏହି ସୁନ୍ଦର ମୂର୍ତ୍ତି ତିଆରି କରିକି ପୂଜା କରିବାର ଘଟଣା ସାରା ବ୍ରହ୍ମପୁର ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଦିଲ୍ଲୀପ ମାତ୍ର ସତର ବର୍ଷ ନଅ ମାସ ନଅ ଦିନର ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ତେବେ ଏହି ରେକର୍ଡ଼କୁ ଭାଙ୍ଗିବା ନିଶ୍ଚୟ ଏକ କଷ୍ଟକର ବିଷୟ ହୋଇଥିବା ବେଳେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଦିଲ୍ଲୀପଙ୍କୁ ତାଙ୍କର ରେକର୍ଡର ସମସ୍ତ ସାମଗ୍ରୀ ତାଙ୍କ ପାଖରେ ପହଞ୍ଚିଛି |ସେ ବ୍ରହ୍ମପୁର ମାଟି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ଏକ ନୂତନ ଗୌରବ ଆଣିଥିବାରୁ ଅଞ୍ଚଳର ବୁଦ୍ଧିଜୀବୀ ଏବଂ କଳାକାର ଦିଲ୍ଲୀପଙ୍କ ପ୍ରଶଂସା କରିଛନ୍ତି । ଏତେ ଛୋଟ ବୟସରେ ଏଭଳି ଉପଲବ୍ଧି ନିଶ୍ଚୟ ଅନେକ ଶିଳ୍ପୀକୁ ପ୍ରେରଣା ଦେବ ବୋଲି କୁହାଯାଇଛି| ତେବେ ଦିଲ୍ଲୀପ ତାଙ୍କର ଏହି ସଫଳତା ନିଜର ବାପା ମା,ପ୍ରଭୁ ଜଗନାଥ ଏବଂ ମା ବୁଢ଼ୀ ଠାକୁରାଣୀଙ୍କ ଅଶୀର୍ଵାଦରୁ ପାଇ ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି।