Odia News Portal

ଘୋଷଣା ହେଲା ଓଡ଼ିଶା ସିନିୟର ଓ ଜୁନିୟର ମହିଳା ହକି ଦଳ

ଭୁବନେଶ୍ୱର: ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା ଜୁନିୟର ଓ ସିନିୟର ମହିଳା ହକି ଦଳ ଘୋଷିତ । ଉଭୟ ବର୍ଗରେ ୧୮ ଜଣିଅାଁ ଟିମ୍ ବଛାଯାଇଛି । ଓଡ଼ିଶା ସିନିଅର ନ୍ୟାସନାଲ ଟିମର ନେତୃତ୍ବ ଅସ୍ମିତା ବାର୍ଲା ନେଉଥିବା ବେଳେ ଜୁନିଅର ଟିମର ନେତୃତ୍ୱ ନେବେ ଜ୍ୟୋତି ଛେତ୍ରୀ । ଝାନ୍ସିରେ ଆସନ୍ତା ୨୧ରୁ ୩୧ ତାରିଖ ପର୍ୟ୍ୟନ୍ତ ହେବାକୁ ଯାଉଛି ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଓଡ଼ିଶା ସିନିଅର ମହିଳା ଦଳ ଆଜି ରାତିରେ ସେଠାକୁ ଯାତ୍ରା କରିବ । ସେପଟେ ଝାଡ଼ଖଣ୍ଡରେ ୨୦ରୁ ୨୯ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଜୁନିଅର ନ୍ୟାସନାଲ ପାଇଁ ଆସନ୍ତାକାଲି ଓଡ଼ିଶା ମହିଳା ଟିମ୍ ବାହାରିବ ।