Odia News Portal

କୋଟିଏ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଆଜି କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ଚଢାଉ କରି ୧୦୦୮ କେଜି ଗଞ୍ଜେଇ ସହ ଟ୍ରକକୁ ଜବତ କରିଛି।ଏଥିସହ ଜଣକୁ ଗିରଫ କରିଛି।

ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ । ଆଜି କେନ୍ଦୁଗୁଡା ନିକଟରେ ଗାଡିମଟର ଯାଞ୍ଚ ସମୟରେ ସନ୍ଦେହ କରି ଗୋଟିଏ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ। ଟ୍ରକ ଭିତରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଗଞ୍ଜେଇକୁ ଜବତ କରିଥିଲା। ଏହି ଗଞ୍ଜେଇ ନୁଆଗଡ ଅଞ୍ଚଳରୁ ରାୟପୁରକୁ ଚାଲାଣ ହେଉଥିବା ଜଣାପଡିଛି । ପୋଲିସ ଚାଲାଣକାରୀଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।