Odia News Portal

ହିମାଚଳ ପ୍ରଦେଶରେ ଠାବ ହେଲା ପାକିସ୍ତାନ ବେଲୁନ

ଠାବ ହେଲା ପାକିସ୍ତାନୀ ବେଲୁନ। ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ନିକଟରେ ଏକ ପାକିସ୍ତାନୀ ବେଲୁନ୍ ଠାବ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଏହି ସନ୍ଦିଗ୍ଧ ବେଲୁନକୁ ଦେଖି ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ବେଲୁନକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଶୋଗି ଅନ୍ତର୍ଗତ ମଥୋଲି ଗ୍ରାମ ନିକଟବର୍ତ୍ତୀ ଏକ ଜଙ୍ଗଲରେ ଏହି ପାକିସ୍ତାନୀ ବେଲୁନଟି ମିଳିଛି । ଯାହାକୁ ପ୍ରଥମେ ସ୍ଥାନୀୟ ଲୋକ ଦେଖିଥିଲେ । ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ଏହି ବେଲୁନ୍ ହଳଦିଆ ରଙ୍ଗର, ଯାହା ଏକ ବିମାନ ଆକାରର ରହିଛି ।

ଏଥିସହିତ ଏହା ଉପରେ ନାଲି ରଙ୍ଗରେ ଏସ୍ଜିଏ ପାକିସ୍ତାନ ଲେଖାଯାଇଛି । ଯାହା ପାକିସ୍ତାନୀ ବେଲୁନ ବୋଲି ପ୍ରାୟତଃ ସନ୍ଦେହ ସୃଷ୍ଟି କରିଛି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଲୁନକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ହଳଦିଆ ରଙ୍ଗର ବେଲୁନଟି ପ୍ରଥମେ ଆକାଶରେ ଉଡୁଥିବାର ଦେଖାଯାଇଥିଲା । ପରେ ଏହା ଜଙ୍ଗଲରେ ଖସି ପଡିବା କାରଣରୁ ଲୋକେ ଏହାକୁ ଦେଖିବାକୁ ପହଞ୍ଚିଥିଲେ । ଜଙ୍ଗଲରେ ବେଲୁନଟି ଠାବ କରାଯିବା ପରେ ଏହା ଉପରେ ପାକିସ୍ତାନ ଲେଖାଥିବା ଦେଖିବାକୁ ପାଇ ଲୋକେ ଭୟଭୀତ ହୋଇପଡିଥିଲେ । ତୁରନ୍ତ ସ୍ଥାନୀୟ ପୋଲିସକୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା । ପୋଲିସ ଟିମ ପହଞ୍ଚି ବେଲୁନ ଜବତ କରି ଥାନାକୁ ନେଇଛି । ସେଥିରେ କୌଣସି ବୈଦ୍ୟୁତିକ ସରଞ୍ଜାମ ଥିଲା କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।