Odia News Portal

ପାର୍ବଣ ଋତୁରେ ବଳବତ୍ତର ରହିବ କୋଭିଡ କଟକଣା,ଉଠିଲା ସପ୍ତାହନ୍ତ ସଟ୍‌ଡାଉନ

ସେପ୍ଟେମ୍ବର୧ ତାରିଖଠାରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ ବଳବତ୍ତର ରଖିଲେ ରାଜ୍ୟ ସରକାର । ରାଜ୍ୟର କୌଣସି ସ୍ଥାନରେ ରହିବନି ସପ୍ତାହନ୍ତ ସଟ୍‌ଡାଉନ । ଏହି ସମୟରେ ସମସ୍ତ ପୌରଞ୍ଚାଳ ମାନଙ୍କରେ ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟ ଜାରି ରହିବ । ସକାଳ ୫ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । 

ତେବେ ରାଜ୍ୟରେ ପୁର୍ବରୁ ବାହାଘର,ବ୍ରତଘର ଏବଂ ମୃତ୍ୟୁ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ସରକାର କିଛି କୋହଳ କରିଛନ୍ତି । ପୁର୍ବ ପରି ଧାର୍ମିକ,ରାଜନୈତିକ ଭଳ ସାମାଜିକ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ରହିବ । ଏହି ସମୟରେ ବିବାହ ସୋଭାଯାତ୍ରରେ ସର୍ବାଧିକ ୫୦ ଜଣ ରହିପାରିବେ ।