Odia News Portal

ଇକ୍‌ମୋ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ଆଉ ଜଣଙ୍କର ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହୃଦ୍‌ଘାତରେ ଶିକାର ହେବା ପରେ ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଏସସିବିର ନ୍ୟୁରୋଲୋଜି ବିଭାଗର ଏଚ୍‌ଓଡି ପ୍ରଫେସର ଅଶୋକ ମଲ୍ଲିକଙ୍କ ପୁଅ । ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ତାଙ୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ଏହାସହ ଫୁସଫୁସ ଜିନିତ ସମସ୍ୟା ମଧ୍ୟ ଥିଲା। ୨୪ ତାରିଖରେ ସେ ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନଙ୍କର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଥିଲେ। ଇକ୍‌ମୋ ୟୁନିଟ୍‌ରେ ପୂର୍ବରୁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ସହିତ ଏସ୍‌ସିବି ଇକ୍‌ମୋ ୟୁନିଟ୍‌ରେ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ଜଣେ ରୋଗୀ ଏହି ଇକ୍‌ମୋ ୟୁନିଟରେ ଚିକିତ୍ସାଧୀନ ଅଛନ୍ତି।