Odia News Portal

ପୋଲିସ-ମାଓବାଦୀ ଗୁଳିବିନିମୟ, ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ । ପୋଲିସ ଗୁଳିରେ ତିନି ଜଣ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା । ନିହତ ୩ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ସେପଟେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍ ଓଜି ଯବାନ ଆହତ ହୋଇଥିବା ସୂଚନା ରହିଛି । ଆହତ ଯବାନଙ୍କୁ ବାୟୁସେନା ହେଲକପ୍ଟର ଯୋଗେ ବିଶାଖାପାଟନମ୍ ସ୍ଥାନାନ୍ତର ପାଇଁ ଚାଲିଛି ଯୋଜନା । ଘଟଣାସ୍ଥଳରେ ଏବେବି ଗୁଳିବିନିମୟ ଜାରି ରହିଥିବା ବେଳେ ୨ଟି ବନ୍ଧୁକ ଜବତ, କମ୍ବିଂ ଅପରେସନ ଜାରି ରହିଛି । ବିଏସ୍ ଏଫ୍ ଯବାନଙ୍କ ସହ ଡିଭିଏଫ୍ ବାହିନୀକୁ ନେଇ ଏନକାଉଣ୍ଟର ସ୍ଥଳକୁ ଯାଇଛନ୍ତି ମାଲକାନଗିରି ଏସ୍ପି ପ୍ରହଲାଦ ମୀନା । ଏବେ ମଧ୍ୟ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏ ନେଇ ପ୍ରେସମିଟରେ ସୂଚନା ଦେଲେ ଡିଜିପି ଅଭୟ ।