Odia News Portal

ଓଲଟିଲା ପୋଲିସ ଭ୍ୟାନ୍, ୫ ଆହତ

ବ୍ରହ୍ମପୁର: ଓଲଟି ପଡ଼ିଲା ପୋଲିସ ଗାଡି | ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀ ଆହତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା ୧୬ ନମ୍ବର ରାଜପଥ ଉପରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଥିବା ଗ୍ୟାସ ବୋଝେଇ ଟ୍ୟାଙ୍କର ଉଠାଇବା ପାଇଁ ରସି ଆଣିବା ପାଇ ଯାଉଥିବା ପୋଲିସ ଗାଡି ଓଲଟି ୫ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।ସମସ୍ତ ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସକାଳୁ ଘନ କୁହୁଡି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଗ୍ୟାସ ଟ୍ୟାଙ୍କର । ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥର ଦୁଇ ପାଖକୁ ସିଲ୍ କାରଯାଇଥିଲା । ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡି । ସୁରକ୍ଷିତ ଭାବେ ଟ୍ୟାଙ୍କରକୁ ନିଆଯିବା ପରେ ଯାତାୟତ ସ୍ୱାଭାବିକ ହେବ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଛନ୍ତି ।