Odia News Portal

ପ୍ରତାପଙ୍କ ଓଲିଉଡ ଲିଙ୍କ୍

ଭୁବନେଶ୍ୱର: କୁବେର ଅଫିସର ପ୍ରତାପ ସାମଲଙ୍କ ରହିଛି ଓଲିଉଡ଼ ଲିଙ୍କ୍ । ଦୁଇଟି ଓଡ଼ିଆ ଫିଲ୍ମରେ ଟଙ୍କା ଖର୍ଚ୍ଚ କରିଛନ୍ତି ବାବୁ ପ୍ରତାପ । ସ୍ତ୍ରୀ ସସ୍ମିତା ସାମଲ ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ବାଜି ଏବଂ ନାରୀ ଆଖିରେ ନିଅାଁ ଫିଲ୍ମରେ ପ୍ରଯୋଜକ ସାଜିଛନ୍ତି । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ପତ୍ନୀଙ୍କ ନାାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍‌ସ ।

ଜବତ ହୋଇଛି ୧୪ କୋଟି ୮୮ ଲକ୍ଷ ୯୧ ହଜାର ଟଙ୍କାର ସମ୍ପତ୍ତି । ଯାହାକି ଆୟର ହଜାରେ ୨୨ ପ୍ରତିଶତ ଅଧିକ । ପ୍ରତାପଙ୍କ ଘରବାଡ଼ି, କୋଠା, ବ୍ୟାଙ୍କ ବାଲାନ୍ସ ଦେଖି ଜଳକା ହୋଇଛି ଭିଜିଲାନ୍ସ ଟିମ୍‌ । ୧୯୮୮ରେ OPHWCରେ ଯୋଗ ଦେଇଥିଲେ ପ୍ରତାପ ସାମଲ । ୨୦୧୩ରେ ଡେପୁଟି ମ୍ୟାନେଜର ପଦବୀକୁ ପଦୋନ୍ନତି ପାଇଥିଲେ । ଜୁନିଅର ଇଞ୍ଜିନିୟରରୁ କ୍ୟାରିୟର ଆରମ୍ଭ କରି ୩୩ ବର୍ଷ ଚାକିରି କାଳରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ପ୍ରତାପ ସାମଲ।