Odia News Portal

କେବଳ ପୁରୀ ଛଡ଼ା ସବୁଠି ରଥଯାତ୍ରା ବନ୍ଦ

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ ରଥଯାତ୍ରା । ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା । କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । କରୋନା କଟକଣା ମଧ୍ୟରେ ପୂର୍ବ ବର୍ଷ ଭଳି ରଥଯାତ୍ରା ଆୟୋଜନ କରାଯିବ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଉପରେ ଲାଗିଛି କଟକଣା । ଆଜି ଏକ ପ୍ରେସମିଟ୍‌ରେ ସୂଚନା ଦେଇଛି ଏସଆରସି ।

ଯେଉଁସବୁ ସେବାୟତ ରଥଯାତ୍ରାରେ ସାମିଲ ହେବେ ସେମାନେ ଟିକା ନେଇଥିବା ନିହାତି ଜରୁରୀ । ୨ଟି ଯାକ ଡୋଜ ନେଇଥିବା ଦରକାର ଓ ଆରଟିପିସିଆର ରିପୋର୍ଟ ମଧ୍ୟ ଦେଖାଇବେ । ରଥଯାତ୍ରାରେ ସେବାୟତ ମାନେ ସାମାଜିକ ଦୂରତା ମାନିବା ଜରୁରୀ ।ୠଲାବର୍ଷ ଭଳି ଏଥରକ ମଧ୍ୟ ପୁରୀରେ ରଥଯାତ୍ରା ସମୟରେ କଫ୍ୟୁ ଜାରି କରାଯିବ । ବସ ଓ ଅନ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବ । ରାଜ୍ୟର ଅନ୍ୟ ସବୁ ମନ୍ଦିରରେ କେବଳ ନୀତିକାନ୍ତି କରାଯିବ । ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଆଇ ଆଇ ଆଣ୍ଡ ପିଆର ଡିପାର୍ଟମେଣ୍ଟ ବୁଝିବ ।