Odia News Portal

ଦୀପାବଳିରେ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ବଡ଼ଦାଣ୍ଡରେ ବଡ଼ବଡ଼ୁଆ ମନା। ଦୀପାବଳି ଦିନ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା। ବନ୍ଦ ରହିବ ସାଧାରଣ ଦର୍ଶନ। ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ନିକଟରେ ଜାରି ହେବ ୧୪୪ଧାରା। ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ। ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ ଡାକିବା ଲାଗି ପ୍ରବଳ ଜନସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏପରି କଟକଣା ଜାରି କରାଯାଇଛି । ମୁଖ୍ୟତଃ କାଉଁରିଆ କାଠି ପୋଡ଼ିଲେ ଏଥିରୁ ଉତ୍ପନ୍ନ ହେଉଥିବା ଧୂଆଁ କରୋନା ରୋଗୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।