Odia News Portal

ଭଡ଼ାଟିଆ ମା’ ଝିଅଙ୍କୁ ଦୁଷ୍କର୍ମ କଲେ ବାପାଙ୍କ ସହ ୩ ପୁଅ

ନୂଆଦିଲ୍ଲୀ: ଘୋର କଳିକାଳ । କିଛି କ୍ଷଣର ସୁଖ ଲାଗି ସବୁକିଛି ଭୁଲିଯାଉଛି ମଣିଷ । ସାମାନ୍ୟ ଦେହର ସୁଖ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । ୭୦ ବର୍ଷୀୟ ବାପାଙ୍କ ସହ ୩ଜଣ ପୁଅ ମିଶି ତାଙ୍କ ଘରେ ଭଡ଼ା ରହୁଥିବା ମହିଳା ଓ ତାଙ୍କ ୧୨ ବର୍ଷୀୟା ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିଛନ୍ତି । ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରୁ ଆସିଛି ଏଭଳି ଖବର । ଜମିଦାର ପରିବାରର ବାପା ପୁଅ ମିଶି ମା ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।