Odia News Portal

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଲଜ୍ଜା । ପୁଣି ଲଜ୍ଜା । ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ । ବସ ଡ୍ରାଇଭର ଓ କଣ୍ଡକ୍ଟର ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି । ପିଡିତାଙ୍କ ମାଉସୀଙ୍କ ସାମନାରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଛନ୍ତି । ତେବେ ଏନେଇ ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଲଜ୍ଜାଜନକ ଖବର ।

ମିଳିଥିବା ସୂଚନା ମୁତାବକ, ନାବାଳିକା ଜଣକ ତାଙ୍କ ମାଉସୀଙ୍କ ସହ ଦିଲ୍ଲୀର ବରଦାରପୁର ସୀମାରୁ ଫିରୋଦାବାଦକୁ ଯାଉଥିଲେ । ତେବେ ଅନ୍ୟ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିବାବେଳେ ମାଉସୀ ଝିଆରୀ ବସରେ ରହିଥିଲେ । ଏହାପରେ ଏକୁଟିଆ ପାଇ ମାଉସୀଙ୍କୁ ବାନ୍ଧିଦେଇଥିଲେ । ଆଉ ପରେ ଗାଡ଼ିର ପଛସିଟରେ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପିଡିତାଙ୍କ ।ମାଉସୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କରିଛି ଅଭିଯୁକ୍ତଙ୍କୁ ।