Odia News Portal

ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିଲେ ନାବାଳିକା, ସାଙ୍ଗ ସହ ୬ଜଣ ମିଶି କଲେ ଦୁଷ୍କର୍ମ

ରାଞ୍ଚି: ବିଶ୍ୱାସରେ ବିଷ । ସାଙ୍ଗର ବିଶ୍ୱାସରେ ବିଷ । ସାମାନ୍ୟ ଦେହର ସୁଖ ଲାଗି ସମ୍ପର୍କ ଭୁଲିଗଲା । ବିଶ୍ୱାସରେ ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିବା ବେଳେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି ୭ଜଣ । ଝାଡ଼ଖଣ୍ଡର ରାଞ୍ଚିରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ତେବେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୋଲିସ ପାଇନି ।

ସୂଚନା ଅନୁଯାୟୀ, ୧୩ ବର୍ଷିୟା ନାବାଳିକା ଜଣକ ଗାଁର ଜଣେ ପୁରୁଷଙ୍କ ସହ ବନ୍ଧୁତା କରିଥିଲେ ।ସେମାନେ ଦୁହେଁ ବୁଲିବାକୁ ଯିବାକୁ ଯୋଜନା କରିଥିଲେ । ଆଉ ଏହି ଅନୁସାରେ ନାବାଳିକା ଜଣକ ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିଲେ । କିନ୍ତୁ ଏକ ନିର୍ଜନ ସ୍ଥାନରେ ପହଞ୍ଚିବା ପରେ ପୁଅ ବନ୍ଧୁଙ୍କ ସହ ଆଉ ୬ ଜଣ ପିଲାଙ୍କୁ ଦେଖି ନାବାଳିକାଙ୍କ ମନରେ ସନ୍ଦେହ ଆସିଥିଲା । ଆଉ ସେହି ସମୟରେ ପୁରୁଷ ବନ୍ଧୁଙ୍କୁ ନାବାଳିକା ଜଣକ ଘରକୁ ଫେରିଯିବାକୁ କହିଥିଲେ । ହେଲେ ପୁଅ ସାଙ୍ଗ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଆଉ ଏଥିରେ ରାଜି ନହେବାକୁ ଜଣକ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।