Odia News Portal

ରଥଯାତ୍ରା ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଆସନ୍ତା ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଲାଗି ଶ୍ରୀଜୀଉଙ୍କ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଂଟ ହୋଇଛି । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚାରେ ସକାଳ ୮ଟାରେ ହେବ ରଥ ପ୍ରତିଷ୍ଠା । ୮ଟା ୩୦ରେ ପହଁଣ୍ଡି ଆରମ୍ଭ ହେବ । ଅପରାହ୍ନ ୨ଟାରେ ଛେରାପହଁରା ହେବ । ୩ଟାରେ ରଥଟଣା ପାଇଁ ନୀତିନିର୍ଘଂଟ ହୋଇଛି ।

ସେହିପରି ବାହୁଡାରେ ୧୨ଟାରୁ ୨ଟା ୩୦ ମଧ୍ୟରେ ପହଁଣ୍ଡି, ୪ଟାରେ ରଥଟଣା ହେବ । ସେହିପରି ସ୍ନାନଯାତ୍ରା ପାଇଁ ନୀତିନିର୍ଘଂଟ ହୋଇଛି । ଜୁନ୍ ୨୩ ରାତି ଗୋଟାଏରୁ ପହଁଣ୍ଡି ଆରମ୍ଭ ହେବ । ସକାଳ ୯ଟାରେ ଜଳଲାଗି ହେବ । ଦିନ ୧୧ଟାରେ ଗଜାନନ ବେଶ, ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । ଚଳିତ ଥର ୧୫ ଦିନ ହେବ ଅନବସର ନୀତି । ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି ।ପାଳିଆ ସେବାୟତଙ୍କୁ ଦିଆଯିବ ସ୍ୱତନ୍ତ୍ର ପାସ୍ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା ।